ଜନ୍ମ ଓ ମୃତ୍ୟୁ ଭଗଵାନ ଙ୍କ ହାତରେ, ମୁଁ କାହାର ଭବିଷ୍ୟ ବାଣୀ ଉପରେ ବିଶ୍ୱାସ କରେ ନାହିଁ । କିନ୍ତୁ ନିଜ ଅଜାଣତ ଏପରି କିଛି ଘଟଣା ଘଟି ଯାଏ ତାକୁ, ବିଶ୍ୱାସ ବା ଅବିଶ୍ବାସ କରିବା ପାଇଁ ମନରେ ଦ୍ଵନ୍ଦ ସୃଷ୍ଟି ହୋଇ ଯାଏ । ତାକୁ ତର୍ଜମା ବା ବ୍ୟାଖ୍ୟା କରିବା ଅସମ୍ଭବ ହୋଇ ଯାଏ । ଏପରି ଏକ ସତ୍ୟ ଘଟଣା କେଜାଣି କାହିଁକି ମୋ ମନ ଭିତରେ ଦ୍ଵନ୍ଦ ସୃଷ୍ଟି କରି ତାକୁ ଲେଖିବା ପାଇଁ ଖୋରାକ ଯୋଗାଇଛି ।
ପ୍ରାୟ ଦୁଇ ବର୍ଷ ତଳେ ଏକ ଘରୋଇ କାମ ରେ ମୁଁ ଟିଟିଲାଗଡ଼ ଯାଉଥାଏ। କେସିଙ୍ଗା ରୁ ପ୍ରାୟ 10 କିମି ଯିବା ପରେ ମୁଁ ରାସ୍ତା କଡ଼ରେ ନିଜ ସ୍କୁଟି ରଖି ଛିଡ଼ା ହୋଇ ଥାଏ । ସମୟ ପ୍ରାୟ ଦିନ 11 ଘଣ୍ଟା । ହଟାତ ଏକ ଗାଡି ମୋ ପାଖ ରେ ଆସି ଅଟକିଲା ।ନିଛାଟିଆ ରାସ୍ତା । କାଚ ବନ୍ଦ ଗାଡି । ଡ୍ରାଇଭର ମୋ ସାଇଡ ର କବାଟ କାଚ ତଳକୁ ଖସେଇଲା । ମୋ ଆଖି ଡ୍ରାଇଭର ଉପରେ ପଡ଼ିଲା ଜଣେ 50/55 ବର୍ଷ ର ନାଗା ସାଧୁ ଷ୍ଟେରିଂ ଧରି ବସିଥାଏ । ପଛ ସିଟ ଆଡ଼କୁ ଇଶାରା କଲା । ଜଣେ ବର୍ଷୀୟାନ ନାଗା ସାଧୁ ସିଟ ଉପରେ ଚକା ପକେଇ ବସିଥାନ୍ତି । ଗୋରା ତକ ତକ ଚେହେରା , ତେଜିଆନ ଦୁଇ ଆଖି , କାହିକିଁ କେଜାଣି ମୋ ହାତ ଦୁଇଟି ଆପେ ଆପେ ଯୋଡ଼ି ହୋଇଗଲା, ନମସ୍କାର କଲି, ନାଗା ସାଧୁ ଜଣକ ପ୍ରତି ନମସ୍କାର ଜଣାଇଲେ । ପଚାରିଲେ ଟିଟିଲାଗଡ ରେ କିଛି ସମୟ ବା ଦିନକ ପାଇଁ ବିଶ୍ରାମ କରିବାକୁ କୌଣସି ସ୍ଥାନ ଅଛି କି? ମୁଁ କହିଲି ବାବା ପାହାଡ ଉପରେ ଏକ ଦର୍ଶନୀୟ ଶିବ ମନ୍ଦିର ଅଛି । ଶିବ ରାତ୍ରି ଅବସର ରେ ଆଖ ପାଖ ତିନି ଚାରି ଜିଲ୍ଲା ରୁ ଭକ୍ତ ଙ୍କ ଆଗମନ ହୁଏ । ଆପଣ ସେଇଠି ବିଶ୍ରାମ ନେଲେ ବହୁତ ଭଲ ହେବ । ସାଧୁ ଜଣକ ଧନ୍ୟବାଦ୍ ଦେଲେ । ପୁଣି ପଚାରିଲେ କିଛି କଥାବାର୍ତ୍ତା କରି ପାରିବି ଅସୁବିଧା ନାହିଁ ତ? ମୁଁ କହିଲି ମୋ ସୌଭାଗ୍ୟ । ସେ ହିନ୍ଦି କହିଲେ ଆପ ମୁସଲିମ ହଁ । ମୁଁ ହଁ କଲି । ପୁଣି କହିଲେ ଆପଣ ଙ୍କ ନାମ "ମ" ଅକ୍ଷର ରୁ ଆରମ୍ଭ । ମୋର ସଂକ୍ଷିପ୍ତ ଉତ୍ତର ହଁ । ତା ପରେ ମୋ ନାମ କହିଲି । ନାଗା ସାଧୁ ଜଣକ ପବିତ୍ର କୋରାନ ର ଅନେକ ଅଧ୍ୟାୟ ଗାଈ ଚାଲିଲେ । ମୁଁ ସେଇମିତି ହାତ ଯୋଡି ଛିଡ଼ା ହୋଇ ଥାଏ । କିଛି ସମୟ ପରେ ପୁଣି ମତେ କହିଲେ ଆଉ କିଛି ଦିନ ପରେ ତୁମକୁ 65 ବର୍ଷ ସଂପୂର୍ଣ୍ଣ ହେବ । ଆଉ 20 ଦିନ ବାକି ଅଛି । ସେ ଜନ୍ମ ଦିନର ଆଗୁଆ ଶୁଭେଚ୍ଛା ଜଣାଇଲେ । କହିଲେ ଜୀବନ ତମାମ୍ ତମେ ଜଣେ ନିର୍ଭିକ, ସ୍ପଷ୍ଟ ବାଦି ବ୍ୟକ୍ତିତ୍ଵ । କାହାକୁ ଭୟ ବା ଦ୍ଵେସ ନାହି । କେବେ ବି କୌଣସି ଉଚ୍ଚ ଆଶା ବି ନାହିଁ । କେବଳ ଅଲ୍ଲା ଙ୍କ ବ୍ୟତିତ କାହାକୁ ଖାତିରି ନାହିଁ କିମ୍ଵା ମୁଣ୍ଡ ତଳକୁ କରି ନାହଁ । ଏବେ ବି ମୋ ସମ୍ମୁଖ ରେ ମୁଣ୍ଡ ତଳକୁ କରିନାହଁ, ଏହାହିଁ ତୁମ ବ୍ୟକ୍ତିତ୍ଵ ଅଟେ । ତୁମ ଆୟୁଷ 97 ବର୍ଷ । ଶତକ ପୂର୍ଣ୍ଣ କରି ପାରିବ ନାହଁ । ଜୀବନ ପ୍ରତ୍ୟେକ ମୁହୂର୍ତ୍ତ କୁ ବଞ୍ଚିବା ପାଇଁ କେବଳ ସଂଘର୍ଷ ଯାହା ଏବେ ବି ଜାରି ରହିଛି ଶେଷ ଜୀବନ ଯାଏଁ ରହିବ । ତୁମ ସାଙ୍ଗ ସାଥୀ ବହୁତ କମ, ଯେତେ ଅଛନ୍ତି ତୁମକୁ ହୃଦୟ ରୁ ଭଲ ପାଆନ୍ତି । କିନ୍ତୁ ତୁମକୁ ଭଲ ପାଇବା ଓ ସ୍ନେହ, ଆଦର ଓ ଭକ୍ତି କରିବା ଲୋକ ଙ୍କ ଅଭାବ ନାହିଁ । ମୁଁ ନିରବ ରହିଲି । ପୁଣି କହିଲେ ଜୀବନ ରେ ସମ୍ମାନ କିମ୍ଵା ଲୋକ ଦେଖାଣିଆ ପ୍ରତି ଆଗ୍ରହ ନାହି । ତେବେ ତୁମ ପରଲୋକ ଗମନ ପରେ ତୁମ ଘରୁ 9 କିମି କବ୍ର ସ୍ଥାନ କୁ ଯିବା ଶୋଭା ଯାତ୍ରା ସ୍ମରଣୀୟ ହୋଇ ରହିବ, ତୁମେ କିମ୍ଵା ମୁଁ ଦେଖି ପାରିବୁ ନାହିଁ କିନ୍ତୁ "ପ୍ରାଣୀ ର ଭଲ ମନ୍ଦ ବାଣୀ ମରଣ କାଳେ ଜାଣି "ଏହି ଉକ୍ତି ନିଶ୍ଚିତ ସତ୍ୟ ଅଟେ।ପୁଣି କହିଲେ ତୁମ ପର୍ସ ର 310 ଟଙ୍କା ଅଛି । ମୁଁ କହିଲି ନା 351 ଟଙ୍କା ଅଛି । ସେ ହସିଲେ କହିଲେ ସେ ଟଙ୍କିକିଆ କଏନ ଅଲଗା ଅଛି ତୁମ ପର୍ଶ କୁ ଜଗିଛି । ମୋତେ 110 ଟଙ୍କା ଦିଅ । ମୁଁ ତୁମ ପାଇଁ ଭଗଵାନ ଅଲ୍ଲାହ ପାକ ଙ୍କ ନିକଟରେ ପ୍ରାର୍ଥନା କରିବି । ସଙ୍ଗମ କୁ ଯାଉଛି । ମୁଁ କହିଲି ମାତ୍ର 110 ଟଙ୍କା ସବୁ ନିଅନ୍ତୁ , ସେ କହିଲେ ତୁମେ ଫେରିବା ବେଳେ ସ୍କୁଟି ରେ ତେଲ ର ଆବଶ୍ୟକତା ପଡ଼ିବ । ଏଣୁ ତାହା ଥାଉ ତୁମ ପାଖରେ । ମୁଁ କିଛି ନ ଭାବି 110 ଟଙ୍କା ଦେଇ ଦେଲି । ଅନେକ ଆଶିର୍ବାଦ ଓ ପବିତ୍ର କୋରାନ ର ଅନେକ ବାଣୀ ଓ ଅଧ୍ୟାୟ ଶୁଣାଇ ଆଶିର୍ବାଦ ର ହାତ ବଢ଼େଇ ମୋ ଦୁଇ ହାତ କୁ ଜାବୁଡି ଧରି କହିଲେ ଜୀବନ ରେ କେବେ ଦେଖା ହେଲେ ଖୁସି ଲାଗିବ । ମୁଁ ନମସ୍କାର ଜଣାଇଲି । ସେ ଆଶିର୍ବାଦ ଦେଇ ଚାଲି ଗଲେ । ମୁଁ ମଧ୍ଯ ସ୍କୁଟି ଷ୍ଟାର୍ଟ କରି ଆଗେଇ ଗଲି ଟିଟିଲାଗଡ। ସେଇଠି ପହଞ୍ଚିବା ପରେ ସମ୍ପର୍କୀୟ ମାନଙ୍କ ସହ ସାକ୍ଷାତ ହେଲି କାହିଁକି କେଜାଣି ନାଗା ସାଧୁ ବାବା ଙ୍କ ଆଡ଼କୁ ଧ୍ୟାନ ଥାଏ । ସ୍କୁଟି ଷ୍ଟାର୍ଟ କରି ଶିବ ମନ୍ଦିର ଆଡ଼କୁ ବାହାରିଲି । ନାଗା ସାଧୁ ବାବା ଙ୍କ କୌଣସି ପତ୍ତା ପାଇଲି ନାହିଁ । ପୁରା ଟିଟିଲାଗଡ ଖୋଜିଲି ପାଇଲି ନାହିଁ ।
ଏଇମିତି ବେଳେ ବେଳେ ଅନେକ ଘଟଣା ଘଟିଯାଏ ଜୀବନ ରେ କିଛି ଘଟଣା ସୃତି ହୋଇ ରହିଯାଏ ହୃଦୟ ଭିତରେ । ସେଇ ନାଗା ସାଧୁ ବାବା ଙ୍କ ସହ ବିତେଇ ଥିବା କିଛି ମୁହୂର୍ତ୍ତ କାହିକିଁ କେଜାଣି ଆଜି ଲେଖିବା କୁ ବାଧ୍ୟ କରିଦେଲା ମୋ ମସ୍ତିସ୍କ। ଚଳଚିତ୍ର ଭଳି ଭାଷୀ ଆସିଲା ସାମ୍ନା କୁ । ଲେଖି ଚାଲିଲି , ଲେଖା କୁ ଅନେକ ଥର ପଢିଲି । ଆତ୍ମା ନିର୍ଦ୍ଦେଶ ଦେଲା ଏହାକୁ ତର୍ଜମା ନ୍ୟୁଜ ପୋର୍ଟାଲ ରେ "ଜୀବନ ବ୍ୟାପି ନିଜ ଅଜାଣତ ଏପାରି କିଛି ଘଟଣା ଘଟି ଯାଏ ତାକୁ, ବିଶ୍ୱାସ ବା ଅବିଶ୍ବାସ କରିବା ପାଇଁ ମନରେ ଦ୍ଵନ୍ଦ ସୃଷ୍ଟି ହୋଇ ଯାଏ । ତାକୁ ତର୍ଜମା ବା ବ୍ୟାଖ୍ୟା କରିବା ଅସମ୍ଭବ ହୋଇ ଯାଏ । ଏପରି ଏକ ସତ୍ୟ ଘଟଣା କେଜାଣି କାହିଁକି ମୋ ମନ ଭିତରେ ଦ୍ଵନ୍ଦ ସୃଷ୍ଟି କରି ତାକୁ ଲେଖିବା ପାଇଁ ଖୋରାକ ଯୋଗାଇଛି ।
ପ୍ରାୟ ଦୁଇ ବର୍ଷ ତଳେ ଏକ ଘରୋଇ କାମ ରେ ମୁଁ ଟିଟିଲାଗଡ଼ ଯାଉଥାଏ। କେସିଙ୍ଗା ରୁ ପ୍ରାୟ 10 କିମି ଯିବା ପରେ ମୁଁ ରାସ୍ତା କଡ଼ରେ ନିଜ ସ୍କୁଟି ରଖି ଛିଡ଼ା ହୋଇ ଥାଏ । ସମୟ ପ୍ରାୟ ଦିନ 11 ଘଣ୍ଟା । ହଟାତ ଏକ ଗାଡି ମୋ ପାଖ ରେ ଆସି ଅଟକିଲା ।ନିଛାଟିଆ ରାସ୍ତା । କାଚ ବନ୍ଦ ଗାଡି । ଡ୍ରାଇଭର ମୋ ସାଇଡ ର କବାଟ କାଚ ତଳକୁ ଖସେଇଲା । ମୋ ଆଖି ଡ୍ରାଇଭର ଉପରେ ପଡ଼ିଲା ଜଣେ 50/55 ବର୍ଷ ର ନାଗା ସାଧୁ ଷ୍ଟେରିଂ ଧରି ବସିଥାଏ । ପଛ ସିଟ ଆଡ଼କୁ ଇଶାରା କଲା । ଜଣେ ବର୍ଷୀୟାନ ନାଗା ସାଧୁ ସିଟ ଉପରେ ଚକା ପକେଇ ବସିଥାନ୍ତି । ଗୋରା ତକ ତକ ଚେହେରା , ତେଜିଆନ ଦୁଇ ଆଖି , କାହିକିଁ କେଜାଣି ମୋ ହାତ ଦୁଇଟି ଆପେ ଆପେ ଯୋଡ଼ି ହୋଇଗଲା, ନମସ୍କାର କଲି, ନାଗା ସାଧୁ ଜଣକ ପ୍ରତି ନମସ୍କାର ଜଣାଇଲେ । ପଚାରିଲେ ଟିଟିଲାଗଡ ରେ କିଛି ସମୟ ବା ଦିନକ ପାଇଁ ବିଶ୍ରାମ କରିବାକୁ କୌଣସି ସ୍ଥାନ ଅଛି କି? ମୁଁ କହିଲି ବାବା ପାହାଡ ଉପରେ ଏକ ଦର୍ଶନୀୟ ଶିବ ମନ୍ଦିର ଅଛି । ଶିବ ରାତ୍ରି ଅବସର ରେ ଆଖ ପାଖ ତିନି ଚାରି ଜିଲ୍ଲା ରୁ ଭକ୍ତ ଙ୍କ ଆଗମନ ହୁଏ । ଆପଣ ସେଇଠି ବିଶ୍ରାମ ନେଲେ ବହୁତ ଭଲ ହେବ । ସାଧୁ ଜଣକ ଧନ୍ୟବାଦ୍ ଦେଲେ । ପୁଣି ପଚାରିଲେ କିଛି କଥାବାର୍ତ୍ତା କରି ପାରିବି ଅସୁବିଧା ନାହିଁ ତ? ମୁଁ କହିଲି ମୋ ସୌଭାଗ୍ୟ । ସେ ହିନ୍ଦି କହିଲେ ଆପ ମୁସଲିମ ହଁ । ମୁଁ ହଁ କଲି । ପୁଣି କହିଲେ ଆପଣ ଙ୍କ ନାମ "ମ" ଅକ୍ଷର ରୁ ଆରମ୍ଭ । ମୋର ସଂକ୍ଷିପ୍ତ ଉତ୍ତର ହଁ । ତା ପରେ ମୋ ନାମ କହିଲି । ନାଗା ସାଧୁ ଜଣକ ପବିତ୍ର କୋରାନ ର ଅନେକ ଅଧ୍ୟାୟ ଗାଈ ଚାଲିଲେ । ମୁଁ ସେଇମିତି ହାତ ଯୋଡି ଛିଡ଼ା ହୋଇ ଥାଏ । କିଛି ସମୟ ପରେ ପୁଣି ମତେ କହିଲେ ଆଉ କିଛି ଦିନ ପରେ ତୁମକୁ 65 ବର୍ଷ ସଂପୂର୍ଣ୍ଣ ହେବ । ଆଉ 20 ଦିନ ବାକି ଅଛି । ସେ ଜନ୍ମ ଦିନର ଆଗୁଆ ଶୁଭେଚ୍ଛା ଜଣାଇଲେ । କହିଲେ ଜୀବନ ତମାମ୍ ତମେ ଜଣେ ନିର୍ଭିକ, ସ୍ପଷ୍ଟ ବାଦି ବ୍ୟକ୍ତିତ୍ଵ । କାହାକୁ ଭୟ ବା ଦ୍ଵେସ ନାହି । କେବେ ବି କୌଣସି ଉଚ୍ଚ ଆଶା ବି ନାହିଁ । କେବଳ ଅଲ୍ଲା ଙ୍କ ବ୍ୟତିତ କାହାକୁ ଖାତିରି ନାହିଁ କିମ୍ଵା ମୁଣ୍ଡ ତଳକୁ କରି ନାହଁ । ଏବେ ବି ମୋ ସମ୍ମୁଖ ରେ ମୁଣ୍ଡ ତଳକୁ କରିନାହଁ, ଏହାହିଁ ତୁମ ବ୍ୟକ୍ତିତ୍ଵ ଅଟେ । ତୁମ ଆୟୁଷ 97 ବର୍ଷ । ଶତକ ପୂର୍ଣ୍ଣ କରି ପାରିବ ନାହଁ । ଜୀବନ ପ୍ରତ୍ୟେକ ମୁହୂର୍ତ୍ତ କୁ ବଞ୍ଚିବା ପାଇଁ କେବଳ ସଂଘର୍ଷ ଯାହା ଏବେ ବି ଜାରି ରହିଛି ଶେଷ ଜୀବନ ଯାଏଁ ରହିବ । ତୁମ ସାଙ୍ଗ ସାଥୀ ବହୁତ କମ, ଯେତେ ଅଛନ୍ତି ତୁମକୁ ହୃଦୟ ରୁ ଭଲ ପାଆନ୍ତି । କିନ୍ତୁ ତୁମକୁ ଭଲ ପାଇବା ଓ ସ୍ନେହ, ଆଦର ଓ ଭକ୍ତି କରିବା ଲୋକ ଙ୍କ ଅଭାବ ନାହିଁ । ମୁଁ ନିରବ ରହିଲି । ପୁଣି କହିଲେ ଜୀବନ ରେ ସମ୍ମାନ କିମ୍ଵା ଲୋକ ଦେଖାଣିଆ ପ୍ରତି ଆଗ୍ରହ ନାହି । ତେବେ ତୁମ ପରଲୋକ ଗମନ ପରେ ତୁମ ଘରୁ 9 କିମି କବ୍ର ସ୍ଥାନ କୁ ଯିବା ଶୋଭା ଯାତ୍ରା ସ୍ମରଣୀୟ ହୋଇ ରହିବ, ତୁମେ କିମ୍ଵା ମୁଁ ଦେଖି ପାରିବୁ ନାହିଁ କିନ୍ତୁ "ପ୍ରାଣୀ ର ଭଲ ମନ୍ଦ ବାଣୀ ମରଣ କାଳେ ଜାଣି "ଏହି ଉକ୍ତି ନିଶ୍ଚିତ ସତ୍ୟ ଅଟେ।ପୁଣି କହିଲେ ତୁମ ପର୍ସ ର 310 ଟଙ୍କା ଅଛି । ମୁଁ କହିଲି ନା 351 ଟଙ୍କା ଅଛି । ସେ ହସିଲେ କହିଲେ ସେ ଟଙ୍କିକିଆ କଏନ ଅଲଗା ଅଛି ତୁମ ପର୍ଶ କୁ ଜଗିଛି । ମୋତେ 110 ଟଙ୍କା ଦିଅ । ମୁଁ ତୁମ ପାଇଁ ଭଗଵାନ ଅଲ୍ଲାହ ପାକ ଙ୍କ ନିକଟରେ ପ୍ରାର୍ଥନା କରିବି । ସଙ୍ଗମ କୁ ଯାଉଛି । ମୁଁ କହିଲି ମାତ୍ର 110 ଟଙ୍କା ସବୁ ନିଅନ୍ତୁ , ସେ କହିଲେ ତୁମେ ଫେରିବା ବେଳେ ସ୍କୁଟି ରେ ତେଲ ର ଆବଶ୍ୟକତା ପଡ଼ିବ । ଏଣୁ ତାହା ଥାଉ ତୁମ ପାଖରେ । ମୁଁ କିଛି ନ ଭାବି 110 ଟଙ୍କା ଦେଇ ଦେଲି । ଅନେକ ଆଶିର୍ବାଦ ଓ ପବିତ୍ର କୋରାନ ର ଅନେକ ବାଣୀ ଓ ଅଧ୍ୟାୟ ଶୁଣାଇ ଆଶିର୍ବାଦ ର ହାତ ବଢ଼େଇ ମୋ ଦୁଇ ହାତ କୁ ଜାବୁଡି ଧରି କହିଲେ ଜୀବନ ରେ କେବେ ଦେଖା ହେଲେ ଖୁସି ଲାଗିବ । ମୁଁ ନମସ୍କାର ଜଣାଇଲି । ସେ ଆଶିର୍ବାଦ ଦେଇ ଚାଲି ଗଲେ । ମୁଁ ମଧ୍ଯ ସ୍କୁଟି ଷ୍ଟାର୍ଟ କରି ଆଗେଇ ଗଲି ଟିଟିଲାଗଡ। ସେଇଠି ପହଞ୍ଚିବା ପରେ ସମ୍ପର୍କୀୟ ମାନଙ୍କ ସହ ସାକ୍ଷାତ ହେଲି କାହିଁକି କେଜାଣି ନାଗା ସାଧୁ ବାବା ଙ୍କ ଆଡ଼କୁ ଧ୍ୟାନ ଥାଏ । ସ୍କୁଟି ଷ୍ଟାର୍ଟ କରି ଶିବ ମନ୍ଦିର ଆଡ଼କୁ ବାହାରିଲି । ନାଗା ସାଧୁ ବାବା ଙ୍କ କୌଣସି ପତ୍ତା ପାଇଲି ନାହିଁ । ପୁରା ଟିଟିଲାଗଡ ଖୋଜିଲି ପାଇଲି ନାହିଁ ।
ଏଇମିତି ବେଳେ ବେଳେ ଅନେକ ଘଟଣା ଘଟିଯାଏ ଜୀବନ ରେ କିଛି ଘଟଣା ସୃତି ହୋଇ ରହିଯାଏ ହୃଦୟ ଭିତରେ । ସେଇ ନାଗା ସାଧୁ ବାବା ଙ୍କ ସହ ବିତେଇ ଥିବା କିଛି ମୁହୂର୍ତ୍ତ କାହିକିଁ କେଜାଣି ଆଜି ଲେଖିବା କୁ ବାଧ୍ୟ କରିଦେଲା ମୋ ମସ୍ତିସ୍କ। ଚଳଚିତ୍ର ଭଳି ଭାଷୀ ଆସିଲା ସାମ୍ନା କୁ । ଲେଖି ଚାଲିଲି , ଲେଖା କୁ ଅନେକ ଥର ପଢିଲି । ଆତ୍ମା ନିର୍ଦ୍ଦେଶ ଦେଲା ଏହାକୁ ତର୍ଜମା ନ୍ୟୁଜ ପୋର୍ଟାଲ ରେ "ଶ୍ରୁତି ରେ ନାଗା ସାଧୁ ବାବା ଓ ମୁଁ"ଶୀର୍ଷକ ଦେଇ ପୋଷ୍ଟ କରିବାକୁ ନିଶ୍ଚିତ ଭାବରେ ପାଠକ ପାଠିକା ମାନଂକୁ ନୂତନ ସ୍ଵାଦ ର ସତ୍ୟ ଘଟଣା ଉପରେ ଆଧାରିତ କିଛି ରୋଚକ ଘଟଣା ବଳି ଆଗ୍ରହ ସହ ନିଶ୍ଚିତ ଭାବରେ ପଢ଼ିବେ ।
ଶୁଭ ରାତ୍ରୀ
ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ, ଚିଫ୍ ଏଡ଼ିଟର "ତର୍ଜମା ନ୍ୟୁଜ" ମୁଁ
"ଶୀର୍ଷକ ଦେଇ ପୋଷ୍ଟ କରିବାକୁ ନିଶ୍ଚିତ ଭାବରେ ପାଠକ ପାଠିକା ମାନଂକୁ ନୂତନ ସ୍ଵାଦ ର ସତ୍ୟ ଘଟଣା ଉପରେ ଆଧାରିତ କିଛି ରୋଚକ ଘଟଣା ବଳି ଆଗ୍ରହ ସହ ନିଶ୍ଚିତ ଭାବରେ ପଢ଼ିବେ ।
ଶୁଭ ରାତ୍ରୀ
ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ, ଚିଫ୍ ଏଡ଼ିଟର "ତର୍ଜମା ନ୍ୟୁଜ"
Post a Comment